ଅବକାରୀ, ବନ ବିଭାଗ ପକ୍ଷରୁ ଚଢ଼ାଉ, 20 ହଜାର ଅଫିମ ଗଛ ନଷ୍ଟ, ଆନୁମାନିକ ମୂଲ୍ୟ ପ୍ରାୟ 10 କୋଟିରୁ ଉର୍ଦ୍ଧ

ଅବକାରୀ, ବନ ବିଭାଗ ପକ୍ଷରୁ ଚଢ଼ାଉ, 20 ହଜାର ଅଫିମ ଗଛ ନଷ୍ଟ, ଆନୁମାନିକ ମୂଲ୍ୟ ପ୍ରାୟ 10 କୋଟିରୁ ଉର୍ଦ୍ଧ

ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଏହିଭଳି ଅଫିମ ଚାଷ କରି ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଗିରଫ ବ୍ୟକ୍ତି ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତାଳପଦର ଗ୍ରାମର ନନ୍ଦକିଶୋର ସାହୁ।

ମିଳିଥିବା ସୂଚନା ଅନୁସାରେ କୈାଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଓ ବନ ବିଭାଗ ର ମିଳିତ ଚଢ଼ାଉ କରାଯାଇଥିଲା। ନନ୍ଦ କିଶୋର ସାହୁ ନିଜ ଜମିରେ ପ୍ରାୟ ଅଧା ଏକର ଜମିରେ ଅଫିମ ଗଛ ଲଗାଇ ଚାଷ କରୁଥିଲା।

ବନ ବିଭାଗ ଓ ଅବକାରୀ ବିଭାଗ ମିଳିତ ଭାବେ 20 ହଜାର ରୁ ଉର୍ଦ୍ଧ ଗଛ କୁ ପୋଡି ନଷ୍ଟ କରିବା ସହ ଚାଷ କରୁଥିବା ନନ୍ଦ କିଶୋର ସାହୁ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ନଷ୍ଟ କରାଯାଇଥିବା ସମଗ୍ରୀ ଯାହାର ଆନୁମାନିକ ବଜାର ମୂଲ୍ୟ 10 କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଅଭିଯୁକ୍ତ ଙ୍କ ଜାମିନ ନାମଞ୍ଜୁର ହେବାରୁ ନନ୍ଦ କିଶୋର ସହୁକୁ ଜେଲ ହାଜତ କୁ ପଠାଇ ଦିଆଯାଇଛି। ଆଖ ପାଖ ଅଞ୍ଚଳରେ ଆହୁରି ଚାଷ କରାଯାଉଛି କି ନାହିଁ ତାକୁ ନେଇ ବିଭାଗ ପକ୍ଷରୁ ସନ୍ଧାନ ଜାରି ରହିଛି
ରାଇଘର ରୁ ମାମନି ଚକ୍ରବର୍ତ୍ତୀ ଙ୍କ ରିପୋର୍ଟ ସଂସ୍କାର Tv ଓଡିଶା

Share it :

Leave a Reply

Your email address will not be published. Required fields are marked *

Get free tips and resources right in your inbox, along with 10,000+ others

Categories

भ्रष्टाचार

मनोरंजन

राजनीति

लाइफस्टाइल

धार्मिक

गुनाह

खेल

देश

प्रदेश